ଇଣ୍ଡିଆର ଆବାହକ ହେବେ ନୀତୀଶ!

ଇଣ୍ଡିଆର ଆବାହକ ହେବେ ନୀତୀଶ!

ନୂଆଦିଲ୍ଲୀ: ୨୦୨୪ରେ ଏନ୍‌ଡିଏକୁ ଟକ୍କର ଦେବ ଇଣ୍ଡିଆ। ବିହାର ମୁଖ୍ୟମମନ୍ତ୍ରୀ ତଥା ଜେଡିୟୁ ମୁଖ୍ୟ ନୀତୀଶ କୁମାର ବିଜେପି  ବିରୋଧୀ ୨୬ ରାଜନୈତିକ ଦଳକୁ ନେଇ ଗଠିତ ଇଣ୍ଡିଆ ମେଣ୍ଟରେ ୧୧ଇଣ୍ଡିଆ ସମନ୍ୱୟ  କମିଟିର ଆବାହକ ହେବାର ସମ୍ଭାବନା ରହିଛି । ସେହି ଭଳି ପୂର୍ବତନ କଂଗ୍ରେସ ଅଧ୍ୟକ୍ଷ ସୋନିଆ ଗାନ୍ଧି ମେଣ୍ଟର ଅଧ୍ୟକ୍ଷ ହୋଇପାରନ୍ତି  । ଆସନ୍ତା ଅଗଷ୍ଟ ୩୧ ଓ ସେପ୍ଟେମ୍ବର ୧ ତାରିଖରେ  ମୁମ୍ବାଇରେ ହେବାକୁ ଥିବା ଇଣ୍ଡିଆ ମେଣ୍ଟର ବୈଠକରେ ଏହା ଉପରେ ଚୂଡାନ୍ତ ନିଷ୍ପତ୍ତି  ନିଆଯିବ  । ଏଥିସହ  ଉକ୍ତ ବୈଠକରେ ୨୦୨୪ ଲୋକସଭା ନିର୍ବାଚନ ପାଇଁ  ରଣନୀତି ପ୍ରସ୍ତୁତ ହେବ ।

କେବଳ ମୁମ୍ବାଇ ବୈଠକରେ ଔପଚାରିକ  ଘୋଷଣା କରାଯିବ । ସେହିପରି ସୋନିଆ ସମମ୍ବୟ କମିଟିର ନେତୃତ୍ୱ ନେବା ପାଇଁ କଂଗ୍ରେସ ନେତା ଚାହାନ୍ତି । ପୂର୍ବର ସେ ୟୁପିଏ ମେଣ୍ଟର  ଅଧ୍ୟକ୍ଷ ଥିଲେ ।