ଜୁମ୍ ଆପ୍ ବ୍ୟବହାର କରି ମିଟିଂ କରିବା ପାଇଁ ମନାକଲା ଗୃହ ବିଭାଗ
ଜୁମ୍ ଆପ୍ ବ୍ୟବହାର କରି ମିଟିଂ କରିବା ପାଇଁ ମନାକଲା ଗୃହ ବିଭାଗ
admin
Apr 17, 2020 - 03:38
Updated: Apr 17, 2020 - 03:38
କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ଅଧୀନସ୍ଥା ସାଇବର ସମନ୍ୱୟ କେନ୍ଦ୍ର (ସାଇକର୍ଡ) ଘରୋଇ ବ୍ୟକ୍ତିବିଶେଷଙ୍କୁ ଜୁମ୍ ମିଟିଂ ପ୍ଲାଟଫର୍ମ ବ୍ୟବହାର ସଂପର୍କରେ କେତେକ ଉପଦେଶିକା ଜାରି କରିଛନ୍ତି । ଏହି ଉପଦେଶିକାରେ କୁହାଯାଇଛି ଯେ ସରକାରୀ ଅଧିକାରୀ/ କର୍ମଚାରୀମାନଙ୍କ ଦ୍ୱାରା ସରକାରୀ କାର୍ଯ୍ୟ ପାଇଁ ଏହା ବ୍ୟବହାରଯୋଗ୍ୟ ନୁହେଁ।
ଭାରତୀୟ କମ୍ପ୍ୟୁଟର ଏମର୍ଜେନ୍ସି ରେସପନ୍ସ ଟିମ୍ (ସେର୍ଟ-ଇନ୍) ପକ୍ଷରୁ ପୂର୍ବରୁ ଜାରି କରାଯାଇଥିବା ଉପଦେଶାବଳୀ ମର୍ମରେ ଏହି ଉପଦେଶିକାକୁ ବିବେଚନା କରାଯିବ । ଜୁମ୍ ଏକ ନିରାପଦ ପ୍ଲାଟଫର୍ମ ନୁହେଁ ବୋଲି ଏଥିରେ ସ୍ପଷ୍ଟ ଭାବେ ସୂଚୀତ କରାଯାଇଛି । ଘରୋଇ ବ୍ୟକ୍ତିବିଶେଷ ଯେଉଁମାନେ ତଥାପି ନିଜର ବ୍ୟକ୍ତିଗତ କାର୍ଯ୍ୟ ସକାଶେ ଏହାକୁ ବ୍ୟବହାର କରୁଛନ୍ତି ସେମାନଙ୍କ ନିରାପତ୍ତା ସକାଶେ ଏଭଳି ଗାଇଡ଼ଲାଇନ୍ ଜାରି କରାଯାଇଛି।
ଏଭଳି ଉପଦେଶିକାର ମୋଟାମୋଟି ଉଦ୍ଦେଶ୍ୟ ହେଲା ଜୁମ୍ ସମ୍ମିଳନୀ କକ୍ଷକୁ ଏହାର ଅସ୍ୱୀକୃତ ପ୍ରବେଶକୁ ରୋକାଯାଇପାରିବ ଏବଂ ସମ୍ମିଳନୀରେ ଅଂଶଗ୍ରହଣ କରୁଥିବା ଅନ୍ୟ ବ୍ୟବହାରକାରୀଙ୍କ ଟର୍ମିନାଲକୁ ଅଣସ୍ୱୀକୃତ ଅଂଶଗ୍ରହଣକାରୀମାନଙ୍କ ଦ୍ୱାରା ସେମାନଙ୍କର ହୀନ ଉଦ୍ଦେଶ୍ୟ ଚରିତାର୍ଥ ପାଇଁ ବ୍ୟବହାରରୁ ସୁରକ୍ଷିତ ରଖାଯାଇପାରିବ ।
ଏହି ଆପରୁ ଆପଣଙ୍କ ଗୁରୁତ୍ବପୂର୍ଣ ତଥ୍ୟ ଚୋରି ହୋଇପାରେ। ଏଥିରେ ଛାତ୍ର ଛାତ୍ରୀ ଙ୍କ କ୍ଲାସ୍ ଠାରୁ ଆରମ୍ଭ କରି ବଡ ବଡ ଘରୋଇ କମ୍ପାନୀ ମାନେ ଏହି ଆପ ଜରିଆରେ ମିଟିଂ କରିଥାନ୍ତି।