ଅଞ୍ଜନା ମିଶ୍ରଙ୍କ ଘରେ ସିବିଆଇ
ଅଞ୍ଜନା ମିଶ୍ରଙ୍କ ଘରେ ସିବିଆଇ
admin
Mar 26, 2021 - 10:33
Updated: Mar 26, 2021 - 10:33
ଭୁବନେଶ୍ୱର: ଅଞ୍ଜନା ମିଶ୍ର ଗଣଦୁଷ୍କର୍ମ ମାମଲା ଓ ବିବନ ବିଶ୍ୱାଳ ଗିରଫ ପ୍ରସଙ୍ଗ । ଆଜି ସିବିଆଇ ଟିମ ଅଞ୍ଜନାଙ୍କ ଘରକୁ ଯାଇଥିଲେ । ଅଞ୍ଜନାଙ୍କ ଘରେ ୨ ଜଣିଆ ସିବିଆଇ ଟିମର ପଚରାଉଚରା କରିଛି । ଘଟଣା ବିଷୟରେ ଅଞ୍ଜନାଙ୍କ ସହ ସିବିଆଇ ଟିମ୍ ଆଲୋଚନା କରିଛନ୍ତି । ଅଞ୍ଜନାଙ୍କ ସହ ସିବିଆଇ ଟିମର ପ୍ରାୟ ୩୦ ମିନିଟ ଧରି ଆଲୋଚନା କରିଥିଲା । ଖୁବ୍ ଶୀଘ୍ର ଚାର୍ଜସିଟ୍ ଦାଖଲ କରାଯବି ବୋଲି ସିବିଆଇ କହିଥିବା ସୂଚନା ମିଳିଛି । ଅଞ୍ଜନା ମିଶ୍ର ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, ମୋ ପାଖରେ ଯାହା ତଥ୍ୟ ଥିଲା ଦେଇଛି , ସିବିଆଇ ଟିମ୍ ଯାହା ପଚାରିଲା କହିଛି ।
ଅଞ୍ଜନା ମିଶ୍ରଙ୍କୁ ୧୯୯୯ ମସିହା ଜାନୁଆରୀ ୯ ତାରିଖ ରାତିରେ କଟକ-ବାରଙ୍ଗ ଥାନା ଅଞ୍ଚଳର ଗଣଦୁଷ୍କର୍ମ କରାଯାଇଥିଲା। ଏହି ଜଘନ୍ୟକାଣ୍ଡ ବିବନ ବିଶ୍ୱାଳ, ପ୍ରଦୀପ ସାହୁ ଓ ଧିରେନ୍ଦ୍ର ମହାନ୍ତି ଘଟାଇଥିବା ଅଭିଯୋଗ ହୋଇଥିଲା। ଘଟଣାର ୧୭ ଦିନ ପରେ ପ୍ରଦୀପ ଓ ଧିରେନ୍ଦ୍ରଙ୍କୁ ଗିରଫ କରାଯାଇଥିଲା। ମାତ୍ର ମୁଖ୍ୟ ଅଭିଯୁକ୍ତ ବିବନ ଫେରାର ହୋଇଯାଇଥିଲା। ପୁଲିସ ବିବନଙ୍କ ପତ୍ତା ପାଇନଥିଲା। ଏହି ଘଟଣା ସମୟରେ ସମଗ୍ର ଦେଶରେ ଆଲୋଡନ ଖେଳାଇ ଦେଇଥିଲା। ଏହି ଲୋମହର୍ଷଣକାରୀ ଘଟଣାକୁ ନେଇ ସେତେବେଳେ ରାତାରାତି ବଦଳି ଯାଇଥିଲା ରାଜ୍ୟରେ ରାଜନୈତିକ ଚିତ୍ର। ଘଟଣାର କିଛି ଦିନ ପରେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କୁ ପଦ ଛାଡ଼ିବାକୁ ପଡ଼ିଥିଲା।